!-- Whatsapp Share Buttons Start -->

Latest Updates / Blogroll

.... AIPEU GROUP - 'C' IS TO CONDUCT ALL ITS STRUGGLE PROGRAMMES UNDER THE BANNER OF POSTAL JCA ....

.... THE JCA SUBMMITTED THE MEMORANDUM TO 7TH CPC ON 23.7.2014 ....

…. NFPE & GDS (NFPE) FILED A CASE IN SUPREME COURT PRAYING : IMPLEMENTATION OF 1977 JUDGEMENT AND DECLARE GDS ARE CIVIL SERVANTS & SCRAP THE GDS (CONDUCT & ENGAGEMENT) RULES 2011 AS THEY ARE INVALID AND UNCONSTITUTIONAL ....

…. SUPREME COURT DIRECTED THE CASE TO DELHI HIGH COURT .. FIRST HEARING WAS ON 13-01-2014 AND PLEASED TO SERVE NOTICE TO GOVT. & DEPARTMENT....

.... NEXT HEARING ON 07-05-2014 NEXT HEARING ON 07-05-2014 ....

APPEAL

APPEAL

UNION SUBSCRIPTION

.... AIPEU GROUP - 'C' UNION SUBSCRIPTION DETAILS ....

.... ALL INDIA UNION / CHQ QUOTA = RS 13 + CIRCLE UNION QUOTA = RS 12 + DIVISIONAL / BRANCH UNION QUOTA = RS 25, TOTAL = RS 50....
.... AIPEU POSTMEN & MTS UNION SUBSCRIPTION DETAILS ....


.... NFPE = Rs 2 + ALL INDIA UNION / CHQ QUOTA = RS 10 + CIRCLE UNION QUOTA = RS 10 + DIVISIONAL / BRANCH UNION QUOTA = RS 18, TOTAL = RS 40....

DHENKANAL POSTAL DIVISION AT A GLANCE

Thursday, October 12, 2017

ଡାକ ଜୀବନ ବୀମା ଦିବସ


  • ଶ୍ରୀ ସୌମିତ୍ରି ମିଶ୍ର

ସା. / ସା.ପୋ- ସୁନ୍ଦରଗ୍ରାମ, ଜିଲ୍ଲା-କଟକ

ପିନ-୭୫୪୦୦୨,  ଓଡିଶା

      ଭାଇ ଭାଇ ଟିକେ ଶୁଣିବେ କି? ବାଲେଶ୍ଵର ଟାଉନ ହଲ ରେ ଆଜି ଡାକ ବିଭାଗ ତରଫରୁ ଗୋଟେ ଜୀବନ ବୀମା ଉପରେ କଣ ଗୋଟେ ସଭା ହେଉଥିଲା , କିଛି ଜାଣିଛ କି ? ନାଇଁ ତ । କିନ୍ତୁ ହଁ ରମେଶ କୁ ପଚାରିଲେ ସେ ସଠିକ କଥା କହିପାରିବ । ହଉ ହଉ ତୁମେ ଯାଅ ମୁଁ ତାଠାରୁ ବୁଝିବି । ସେ କେତେବେଳେ ଆସିବ ? ସେ ଆସୁଥିବ । ଟିକେ ଅପେକ୍ଷା କର, ହେଇ ରମେଶ ଆସିଲାଣି , ଯାହା ବୁଝିବ ବୁଝ , ମୁଁ ଯାଉଛି । ଆରେ ରମେଶ ଟାଉନ ହଲ ରେକଣ ହାଉଥିଲା କିରେ ? ଏହା ଶୁଣି ରମେଶ କହିଲା ଡାକବିଭାଗ ତରଫରୁ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ଆଜି “ ଡାକ ଜୀବନ ବୀମା ଦିବସ” ପାଳନ କରାଯାଉଛି । ସେଥିପାଇଁ ଡାକବିଭାଗ ତରଫରୁ ବାଲେଶ୍ଵର ଟାଉନ ହଲ ରେ ବିଭାଗ ତରଫରୁ ଆଜି ଗୋଟେ କର୍ମଶାଳା ର ଆୟୋଜନ କରଯାଇଥିଲା । ହେଲେ ତମେ ସେସବୁ ବୁଝିପାରିବନି । ଆରେ ଟିକେ ଶୁଣୁ ମ । ତୁ ଯାହା ବୁଝିଲୁ ମୋତେ ଟିକେ କହୁନୁ , ମୁଁ ଟିକେ ଶୁଣେ । ତୁ ଯଦି ପାଠ ଷIଠ ପଢି ଆମକୁ ବୁଝେଇନପାରିବୁ ତାହେଲେ ଆମେ ଆଉ କାହାକୁ ପଚାରିବୁ । ତୁମର  ତ ସେହିଭଳି କଥା ସବୁବେଳେ । ହଉ ବସ । ଆଜି କିନ୍ତୁ ତମେ ମୋତେ ଦହିବରା ଖାଇବାକୁ ଦେବ ଯଦି କହିବି । ହଉ ଦେବି । ହଉ ଶୁଣ । 

        ଆଜି ସେଠାରେ ବହୁତ ଲୋକ ଆସିଥିଲେ । ଡାକବିଭାଗ ର ବହୁତ ଅଫିସର ଓ କର୍ମଚାରୀ ବି ଥିଲେ । ମିଟିଂ ଆରମ୍ବ ହେଲା । ଡାକବିଭାଗ ର ଜଣେ  କର୍ମାଚାରୀ ସମସ୍ତଙ୍କୁ ସମ୍ବୋଧନ କରି ପିଏଲଆଇ ବିଷୟରେ କହିଲେ । ଆରେ ଜାଣିଛ ପିଏଲଆଇ ହେଉଛି ଦେଶର ସର୍ବପୁରାତନ ଜୀବନ ବୀମା । ଯାହା ପ୍ରଥମେ ୦୧.୦୨.୧୮୮୪ ମସିହା ରେ ଆରମ୍ଭ କରଯାଇଥିଲା । ଏହା ମୂଳତଃ  ୧୮୮୧ ରେଏକ ରାଜ୍ୟ ବୀମା ରୂପେ ଚାଲିଥିଲା ଯାହାକୁ ତତ୍କାଳୀନ ଡିରେକ୍ଟର ଜେନେରାଲ , ପୋଷ୍ଟ ଏଫ .ଆର.ଫଗ ଡାକ କର୍ମଚାରୀ ଙ୍କ ହିତ ପାଇଁ ଆରମ୍ଭ କରାଯାଇଥିଲା ଯାହା ପର ମୁହୂର୍ତରେ ୧୮୮୮ ଟେଲିଗ୍ରାଫ କର୍ମଚାରୀ ଙ୍କ ପାଇଁ ମଧ୍ୟ ଉପଲବ୍ଧ ହେଲା । ୧୮୯୪ ପୁନର୍ବାର ଡାକ ଓ ତାର ବିଭାଗ ର ସମସ୍ତ ମହିଳା କର୍ମାଚାରୀ ମାନଙ୍କ ପାଇଁ ଉପଲବ୍ଧ ହେଲା , ଯେତେବେଳେ କି କୌଣସି ବୀମା କମ୍ପାନି ମହିଳା ମାନଙ୍କୁ ବିମIଭୂତ କରାଇପାରିନଥିଲା । ଏହା ଆମଦେଶର ସର୍ବପୁରାତନ ବୀମା ।

    ପ୍ରାରମ୍ଭୀକ ସମୟରେ ଏହା ସର୍ବାଧିକ ୪୦୦୦ ଥିଲା ଯାହା ବର୍ତମାନ ୫୦୦୦୦୦୦ କୁ  ବଢାଇ ଦିଆଯାଇଛି । ବିଗତ ବର୍ଷ ମନଙ୍କରେ ପିଏଲଆଇ ଭାରତ ବର୍ଷ ରେ ନିଜର କାୟା ବିସ୍ତାର କରିସାରିଲାଣି । ଏବେ ଭାରତ ରେ ରହୁଥିବା କେନ୍ଦ୍ର , ରାଜ୍ୟ ସରକାରୀ କର୍ମଚାରୀ , ବ୍ୟାଙ୍କ, ଓ ଅନ୍ୟ ପବ୍ଲିକ ସେକ୍ଟର ରେ କାମ କରୁଥିବା କର୍ମଚାରୀ ସହିତ ସ୍କୁଲ , କଲେଜ , ଅଙ୍ଗନ୍ବାଡି ଆଦି ରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ପିଏଲଆଇ କରିପାରିବେ । ଡାକ ବିଭାଗର ନିୟମିତ କର୍ମଚାରୀ ସହ ଗ୍ରାମୀଣ ଡାକସେବକ ମାନେ ମଧ୍ୟ ଏହାକୁ କରିପାରିବେ । ଏହା ୧୮୩୮ ଇନସୁରାନ୍ସ ଆକ୍ଟ ର ସେକ୍ଶନ ୧୧୮ ସି ଓ ଏଲଆଇସି ଆକ୍ଟ ୧୯୫୬ ର ୪୪(ଡି)  ଅନ୍ତର୍ଗତ  କାର୍ଯ୍ୟ କରୁଛି ।

    ପିଏଲଆଇ ରେ ମୁଖ୍ୟତଃ ୭ ପ୍ରକାର ର ପଲିସି ଅଛି । ସେଗୁଡିକ ହେଲା-

୧) ହୋଲ ଲାଇଫ ଏଶିଓରେନ୍ସ (ସୁରକ୍ଷା)।

୨)ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସନ୍ତୋଷ) ।

୩) କନଭର୍ଟିବିଲ ହୋଲ ଲାଇଫ ଏଶିଓରେନ୍ସ (ସୁବିଧା) ।

୪)ଆଣ୍ଟିସିପେଟେଡ ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସୁମଙ୍ଗଳ)।

୫) ଯୁଗଳ ସୁରକ୍ଷା ।

୬)ଭିନ୍ନକ୍ଷମ ମାନଙ୍କ ପାଇଁ ବୀମା ।

୭)ଚିଲଡ୍ରେନ ପଲିସି ।

୧) ହୋଲ ଲାଇଫ ଏଶିଓରେନ୍ସ (ସୁରକ୍ଷା)।

**************************************

ଏହି ପଲିସି ଧାରୀ ମାନେ ନିର୍ଧାରିତ ପରିମାଣ ର ବୀମାରାଶି ଓ ବୋନସ ପାଇବେ , ଯେତେବେଳେ ତାଙ୍କର ମୃତ୍ୟୁ ହେବ । ବିମାଧାରୀ ଙ୍କ ନୋମିନି ବା ଲିଗାଲ ହେୟାର ସେହି ପଇସା ପାଇବେ । ସର୍ବନିମ୍ନ ବୟସ ୧୯ ଓ ସର୍ବାଧିକ ୫୫ ବର୍ଷର ଲୋକ ଏହି ବୀମା ନେଇପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । ଏହିପଲିସି ନେଇଥିବା ବ୍ୟକ୍ତି ୫୭ ବର୍ଷ ବୟସରେ ତାର ପଲିସି କୁ ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସନ୍ତୋଷ) ରେ ରୂପାନ୍ତରିତ କରିପାରିବ ।୪ ବର୍ଷ ପରେ ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି ।ଯଦି ପଲିସି କୁ ୫ ବର୍ଷ ପୂର୍ବରୁ ଲୋନ କିମ୍ବା ସରେଣ୍ଡର କରାଯାଏ ତେହେଲେ ଏଥିରେ କୌଣସି ବୋନସ ମିଳିନଥାଏ ।

୨)ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସନ୍ତୋଷ) ।

***************************************

 ଏହି ସ୍କୀମ ଅଧୀନରେ ପଲିସି ପରିପକ୍ଵ ହେଇଗଲେ ମୂଳ ବିମରାଶି ସହ ବୋନସ ମିଳିଥାଏ । ଯାହା ପଲିସିଧାରୀ କୁ ସେହି ସମୟରେ ପ୍ରଦାନ କରାଯାଏ । ଯଦି ମଝିରେ ପଲିସିଧାରୀ କୌଣସି କାରଣରୁ ମୃତ୍ୟୁ ବରଣ କଲା , ତେବେ ମୂଳ ବୀମାରାଶି ସହ ପ୍ରଯୁଜ୍ୟ ବୋନସ ପଲିସିଧାରୀ ର ନୋମିନୀ ବା ଲିଗାଲ ହେୟାର କୁ ମିଳିଥାଏ । ସର୍ବନିମ୍ନ ବୟସ ୧୯ ଓ ସର୍ବାଧିକ ୫୫ ବର୍ଷର ଲୋକ ଏହି ବୀମା ନେଇପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ ।  ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି । ୩ ବର୍ଷ ପରେ ପଲିସି କୁ ସରେଣ୍ଡର ମଧ୍ୟ କରାଯାଇପାରିବ । ଯଦି ପଲିସି କୁ ୫ ବର୍ଷ ପୂର୍ବରୁ ଲୋନ କିମ୍ବା ସରେଣ୍ଡର କରାଯାଏ ତେହେଲେ ଏଥିରେ କୌଣସି ବୋନସ ମିଳିନଥାଏ ।

୩) କନଭର୍ଟିବିଲ ହୋଲ ଲାଇଫ ଏଶିଓରେନ୍ସ (ସୁବିଧା) ।

***********************************************

 ଏହି ସ୍କୀମ ଅଧୀନରେ ଜଣେ ପଲିସିଧାରୀ ପାଖାପାଖି ସନ୍ତୋଷ ପଲିସି ପରି ସୁବିଧା ପାଇଥାନ୍ତି । ଏଥିରେ ବିମାଧାରୀ ଏହି ବିମତିକୁ ୫ବର୍ଷ ପରେ ଏଣ୍ଡୌମେଣ୍ଟ ଏଶିଓରେନ୍ସ ରେ ରୂପାନ୍ତରିତ କରିପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । କିନ୍ତୁ ୫୫ ବର୍ଷ ପରେ ପଲିସି ରୂପାନ୍ତରଣ କରିପାରିବେ ନାହିଁ । କିନ୍ତୁ ୬ ବର୍ଷ ଭିତରେ ଯଦି ବିମାଧାରୀ ପଲିସି ରୂପାନ୍ତରଣ କରିବେନି , ତେବେ ଏହାକୁ ହୋଲ ଲାଇଫ ଏଶିଓରେନ୍ସ ବୋଲି ଧାରୀ ନିଆଯିବ । ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି । ୩ ବର୍ଷ ପରେ ପଲିସି କୁ ସରେଣ୍ଡର ମଧ୍ୟ କରାଯାଇପାରିବ । ଯଦି ପଲିସି କୁ ୫ ବର୍ଷ ପୂର୍ବରୁ ଲୋନ କିମ୍ବା ସରେଣ୍ଡର କରାଯାଏ ତେହେଲେ ଏଥିରେ କୌଣସି ବୋନସ ମିଳିନଥାଏ ।

୪)ଆଣ୍ଟିସିପେଟେଡ ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସୁମଙ୍ଗଳ)।

************************************************

 ଏହା ମନି ବ୍ୟାକ ପଲିସି । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । ଏହା ସେହି ବିମାଧାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ , ଯେଉଁମାନେ ନିର୍ଦ୍ଧିଷ୍ଟ ଅନ୍ତରାଳରେ ରିଟର୍ନ ପାଇବାକୁ ଚାହାନ୍ତି । ଏଥିରେ ନିର୍ଧାରିତ ସମୟ ଅନୁଯାଈ ବିମଧାରକ ଙ୍କୁ ରିଟର୍ନ ପ୍ରଦାନ କରାଯାଏ ।  ଏଥିରେ ୨ ପ୍ରକାର ପଲିସି ଅଛି । ୧୫ ବର୍ଷିୟା ଓ ୨୦ ବର୍ଷୀୟା । ୧୫ ବର୍ଷ ପଲିସି ରେ ପ୍ରଥମ ରିଟର୍ନ ୬ ବର୍ଷ ରେ(୨୦ %) , ଦ୍ଯିତୀୟ ରିଟର୍ନ ୯ ବର୍ଷ ରେ (୨୦ %) , ୧୨ ବର୍ଷ ରେ (୨୦ %) ତୃତୀୟ ପ୍ରଥମ ରିଟର୍ନ  ଓ ୧୫ ବର୍ଷ ରେ ୧୫ ବର୍ଷ ରେ (୪୦ %)  ରିଟର୍ନ ସହ ବୋନସ ମିଳିଥାଏ । ସେହିପରି ୨୦ ବର୍ଷ ପଲିସି ରେ ପ୍ରଥମ ରିଟର୍ନ ୮ ବର୍ଷ ରେ(୨୦ %) , ଦ୍ଯିତୀୟ ରିଟର୍ନ ୧୨ ବର୍ଷ ରେ (୨୦ %) , ୧୬ ବର୍ଷ ରେ (୨୦ %) ତୃତୀୟ ରିଟର୍ନ ଓ ୨୦ବର୍ଷ ରେ (୪୦%) ରିଟର୍ନ ସହ ବୋନସ ମିଳିଥାଏ । ଯଦି ବୀମାଧାରୀ ଙ୍କର ମଝିରେ ମୃତ୍ୟୁ ହେଇଯାଏ ତେବେ ମିଳିଥିବା ରିଟର୍ନ ରୁ କୌଣସି ପଇସା କଟୀନଥାଏ , ବରଂ ବିମାଧାରୀ ର ନୋମିନି ବା ଲିଗାଲ ହେୟାର କୁ ମୂଳ ରାସୀ ସହ ବୋନସ ମିଳିଥାଏ ।

୫) ଯୁଗଳ ସୁରକ୍ଷା ।

****************

 ଏହି ପଲିସି ରେ ଯୁଗଳ ଭାବରେ ବୀମା କରାଯାଏ । ଏଥିରେ ବୀମା କର୍ତା ଙ୍କଜଣେ ସ୍ପାଉସ ମଧ୍ୟ ପିଏଲଆଇ କରିପାରିବେ । ଏଥିରେ ଦୁଇ ଜଣଙ୍କୁ ବୀମା ଯୋଗାଇ ଦିଆଯାଏ । କିନ୍ତୁ ଗୋଟିଏ ପ୍ରିମିୟମ ଦେବାକୁ ପଡେ । ଏଣ୍ଡୌମେଣ୍ଟ ଏଶିଓରେନ୍ସ ର ଅନ୍ୟ ସୁବିଧା ମଧ୍ୟ ଏଥିରେ ସମାନ । ଏଥିରେ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ ।  ବିନା ଡାକ୍ତରୀ ପରୀକ୍ଷା ପଲିସି  (ଆଣ୍ଟିସିପେଟେଡ ଏଣ୍ଡୌମେଣ୍ଟ ଏଶିଓରେନ୍ସ ଓ ଯୁଗଳସୁରକ୍ଷା ପଲିସି ବ୍ୟତିତ) ରେ ଜଣେ ମାତ୍ର ୧୦୦୦୦୦ ର ମୂଳ ବୀମା କରି ପାରିବ । ସର୍ବନିମ୍ନ ବୟସ ୧୯ ଓ ସର୍ବାଧିକ ୫୫ ବର୍ଷର ଲୋକ ଏହି ବୀମା ନେଇପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ ।  ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି ।

୬)ଭିନ୍ନକ୍ଷମ ମାନଙ୍କ ପାଇଁ ବୀମା ।

*************************

  ଭିନ୍ନକ୍ଷମ ମାନଙ୍କ ପାଇଁ ସର୍ବାଧିକ ବିମାରାଶି  ଅନ୍ୟ ମାନଙ୍କ ଭଳି ସମାନ । ସେମାନେ ଅନ୍ୟ ଯେକୌଣସି ପଲିସି ନେଇପାରିବେ। ଏଥିରେ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ । କାରଣ ଏଥରୁ ସେମାନଙ୍କର ଭିନ୍ନକ୍ଷମ ର ମାତ୍ର ଓ ପ୍ରକୃତ କାରଣ ଉଲ୍ଲେଖ ହେବ ଜରୁରୀ । ସେହି ମାତ୍ର ଓ ରିସ୍କ କୁ ଦେଖି କିଛି ଅଧିକ ପ୍ରିମିୟମ ମଧ୍ୟ ପଡିପାରେ ।

୭)ଚିଲଡ୍ରେନ ପଲିସି ।

********************

   ଡାକବିଭାଗ ୨୦.୦୧.୨୦୦୬ ରେ ଏହି ପଲିସି ଶୁଭାରମ୍ଭ କରିଥିଲା । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପିଏଲଆଇ କରିଥିବା ବିମାଧାରୀ ଙ୍କ ପିଲାମାନଙ୍କୁ ବୀମା ସୁବିଧା ପ୍ରଦାନ କରିବା । ଏଥିରେ ସର୍ବାଧିକ ୨ ଜଣ ପିଲାଙ୍କୁ ଏହି ସୁବିଧା ର ଲାଭ ମିଳିପାରିବ ।୫ ରୁ୨୦ବର୍ଷ ର ପିଲାମାନଙ୍କୁ ଏହି ସୁବିଧା ମିଳିବାର ବ୍ୟବସ୍ତା ଅଛି। ସର୍ବାଧିକ ୩ଲକ୍ଷ କିମ୍ବା ପଲିସିଧାରୀ ନେଇଥିବା ବୀମାରାସି , ଯେଉଁଟା କମ ହେବ ।  ମୁଖ୍ୟ ପଲିସି ଧାରୀ କୁ ୪୫ ବର୍ଷ ରୁ ଅଧିକ ହେଇନଥିବ । ଯଦି ମୁଖ୍ୟ ପଲିସିଧାରୀ ମରିଯାଏ ତେବେପିଲାଙ୍କୁ କୌଣସି ପ୍ରିମିୟମଦେବାକୁ ପଡିନଥାଏ । ପଲିସି ଅବଧି ପରେ ପିଲାଙ୍କୁ ପରିପକ୍ଵ ରାଶି ସହ ବୋନସ ମିଳିଥାଏ । ଏଥିରେ ପିଲାଙ୍କର କୌଣସି ଡାକ୍ତରୀପରୀକ୍ଷା ର ଆବଶ୍ୟକ ପଡିନଥାଏ । କିନ୍ତୁ ପଲିସି ନେବା ଦିନ ସେମାନେ ସୁସ୍ତ ଥିବା ଆବଶ୍ୟକ ।

    ପିଏଲଆଇ ରେ ମିଳୁଥିବା ସୁବିଧା

**********************************

  ଏଥିରେ ବିମାଧାରୀ କୁ ସର୍ବାଧିକ ରିଟର୍ନ ମିଳେ ଓ ବିମାଧାରୀ କୁ ଅଳ୍ପ ପ୍ରିମିୟମ ଦେବାକୁ ପଡେ ।

 ନୋମିନେଶନ ସୁବିଧା ଉପଲବ୍ଧ ।

 ପଲିସିଧାରୀ ପଲିସି କୁ ବନ୍ଧା ରଖି ଲୋନ ନେଇପାରିବ ।

 ମରିଯାଇଥିବା ପଲିସି କୁ ପୁଣି ଚାଲୁ କରାଯାଇପାରିବ ।

 ଯଦି କୌଣସି କାରଣରୁ ପଲିସିଧାରୀ ତାର ବଣ୍ଡ କୁ ହଜେଇ ଦେଇଥାଏ କି ଜଳି ଯାଇଥାଏ , ତାହେଲେ ସେ ଡୁପ୍ଲିକେଟ ବଣ୍ଡ ପାଇବାର ବ୍ୟବସ୍ତା ମଧ୍ୟ ଅଛି ।

 ନିଜ ନୂଆ ପୁରୁଣା ପଲିସି ରେ ପଲିସିଧାରୀ ମାନେ ନିଜ ନିଜର ମୋବାଇଲ ଓ ଇମେଲ ଆଇଡ଼ି ଅପଡେଟ କରାଇ ପାରିବାର ସୁବିଧା ଅଛି।

 ସାରା ଭାରତର ଯେ କୌଣସି ଡାକଘରେ ପ୍ରିମିୟମ ଜମା କରିବାର ସୁବିଧା ମଧ୍ୟ ଅଛି। ବିମାଧାରୀ ନିଜର ଯେ କୌଣସି ଲୋନ, ମାଚୁରିଟୀ ଆଦି କୌଣସି ସେବା ନିଜର ଘର ପାଖ ଡାକଘରେ ପାଇବାର ସୁବିଧା କରାଯାଇଛି ।

  ନୂଆକରି ବିମାଧାରୀ ମାନେ ଅନଲାଇନ ରେ ମଧ୍ୟ ଯେ କୌଣସି ବ୍ୟାଙ୍କ ର ଦେବିଟ ଓ ଏଟିଏମ ମାଧ୍ୟମରେ ପ୍ରିମିୟମ ଜମା କରିପାରିବେ । ଏଥିପାଇଁ ସେମାନଙ୍କୁ  https://pli.indiapost.gov.in/CustomerPortal/PSLogin.jsp ଲଗିନ କରିବାକୁ ପଡିବ ।

        ଭରତ ସରକାରଙ୍କ ପକ୍ଷରୁ ଡାକଘରେ ନୂତନ ଭାବରେ ପିଏଲଆଇ କୁ ମ୍ୟାକାମିସ ସଫ୍ଟୱେର ରେ ଅନଲାଇନ କରାଯାଇଛି । ଯାହାଦ୍ୱାରା ଭାରତରେ ୮୧୧ ମୁଖ୍ୟଡାକଘରେ ପିଏଲଆଇ ସିପିସି କାର୍ଯ୍ୟ କରୁଛି । ଯାହା ଦ୍ଵାରା ଗ୍ରାହକ ମାନେ ବହୁବିଧ ସୁବିଧା ର ଲାଭ ଉଠାଇ ପାରିବେ ।

       ଏତକ କହିସାରିଲା ପରେ , ରମେଶ କହିଲା ହଉ , ମୁଁ ଯାଉଛି, ଉପରବେଳା ମୋତେ ଖାଇବାକୁ ଦେବ । ଯାହା ହଉରେ ପୁଅ ଆଜି କେତେକଥା ମୋତେ କହିଲୁ । ମୋ ସାନ ପୁଅକୁ ଆଜି କହିବି ସେ ପିଏଲଆଇ କରିବ । ସେ ୧୦ ବର୍ଷ ହେଲା ସରକାରୀ ଚାକିରି କରିଲାଣି କିନ୍ତୁ ପିଏଲଆଇ କରିନି । ଭଗବାନ ତୋର ମଙ୍ଗଲ କରନ୍ତୁ ।

               ଆପଣ ମାନେ ବି ପିଏଲଆଇ କରନ୍ତୁ ଓ ନିଜର ଭବିଷ୍ୟତ କୁ ସୁରକ୍ଷିତ କରନ୍ତୁ ।

              ***************** ପିଏଲଆଇ ଦିବସ (PLI DAY)********************

0 comments:

Post a Comment

IS GENERATOR FUNCTIONAL AT YOUR POST OFFICE ?

IS EARTHING DONE AT YOUR POST OFFICE ?

IS UPS FUNCTIONAL AND GIVING BACK UP AT YOUR POST OFFICE ?

IS THERE A SEPARATE SERVER COMPUTER AT YOUR POST OFFICE ?

IS CASH COUNTING MACHINE AVAILABLE AT YOUR POST OFFICE ?

IS VACUUM CLEANER AVAILABLE AT YOUR POST OFFICE ?

IS THERE ANY SECURITY WATCHMAN AT YOUR POST OFFICE ?

IS FAKE NOTE DETECTOR AVAILABLE AT YOUR POST OFFICE ?

About

ALL THE INFORMATION PUBLISHED IN THIS WEBPAGE IS SUBMITTED BY USERS OR FREE TO DOWNLOAD ON THE INTERNET. I MAKE NO REPRESENTATIONS AS TO ACCURACY, COMPLETENESS, CURRECTNESS, SUITABILITY OR VALIDITY OF ANY INFORMATION ON THIS PAGE AND WILL NOT BE LIABLE FOR ANY ERRORS, OMISSIONS OR DELAYS IN THIS INFORMATION OR ANY LOSSES, INJURIES OR DAMAGES ARISING FROM ITS DISPLAY OR USE. ALL INFORMATION IS PROVIDED ON AN AS-IS BASIS. ALL THE OTHER PAGES YOU VISIT THROUGH THE HYPER LINKS MAY HAVE DIFFERENT PRIVACY POLICIES. IF ANYBODY FEELS THAT HIS/HER DATA HAS BEEN ILLEGALLY PUT IN THIS WEBPAGE OR IF YOU ARE THE RIGHTFUL OWNER OF ANY MATERIAL AND WANT IT REMOVED PLEASE EMAIL ME AT "suryamadhu.talk@gmail.com" AND I WILL REMOVE IT IMMEDIATELY ON DEMAND. ALL THE OTHER STANDARD DISCLAIMERS, TERMS AND CONDITIONS OF TRADEMARK, REGISTERED COPY RIGHT, PATENT ALSO APPLY.
COPY RIGHTS RESERVED WITH AIPEU P3, DHENKANAL DIVISION ( R ) / ( T ) : 2014 : PIONEERS OF THE TRADE UNION MOVEMENT