By Sambad | Date: Nov 11 2016 9:47AM

ଭୁବନେଶ୍ୱର: ଇତି ମଧ୍ୟରେ ଭାରତ ସରକାର ପ୍ରଚଳିତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍କୁ ଅକାମୀ କରି ସେ ସ୍ଥାନରେ ନୂତନ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିଛନ୍ତି। ଗୁରୁବାର ଦିନ ଏହି ନୂଆ ନୋଟ୍ ସର୍ବସାଧାରଣଙ୍କ ହାତକୁ ଆସିଛି। ପୂର୍ବରୁ ପ୍ରଚଳିତ ବିଭିନ୍ନ ନୋଟ୍ ପରି ଏହି ନୂତନ ନୋଟ୍ରେ ମଧ୍ୟ ଅନେକ ବୈଶିଷ୍ଟ୍ୟ ଅଛି। ଦୃଷ୍ଟିହୀନଙ୍କ ସକାଶେ ମଧ୍ୟ ଉଭୟ ନୂଆ ନୋଟ୍ରେ କିଛି ବୈଶିଷ୍ଟ୍ୟ ଅଛି।
.jpg)
ଜାଣନ୍ତୁ ୨୦୦୦ ଟଙ୍କିଆ ନୋଟ୍ରେ ଦୃଷ୍ଟିହୀନଙ୍କ ସୁବିଧା ପାଇଁ ଥିବା କେତୋଟି ବୈଶିଷ୍ଟ୍ୟ:
୧-ଏହି ନୋଟ୍ ଥିବା ମହାତ୍ମା ଗାନ୍ଧୀଙ୍କ ଚିତ୍ର, ଅଶୋକ ସ୍ତମ୍ଭର ସିଂହ, ବାମ ଓ ଡାହାଣ ହାସିଆରେ ତେରଛା ଗାର ଆଦି ଉପରକୁ ଉଠିଲା ପରି ଛପା ଯାଇଛି। ନୋଟ୍ରେ ହାତ ବୁଲାଇଲେ ଏ ସବୁ ଜିନିଷ ଅନୁଭବ କରିହେବ।
୨-ନୋଟ୍ର ଡାହାଣ ପଟେ, ବାମରୁ ଡାହାଣ ଆଡ଼କୁ ଲମ୍ବ ବାଗରେ ଛାପା ହୋଇଥିବା ଇଂରାଜୀ ସଂଖ୍ୟା ୨୦୦୦ ମଧ୍ୟ ଉପରକୁ ଉଠିଲା ପରି ଲାଗୁଛି।
୩-ନୋଟ୍ର ବାମ ଏବଂ ଡାହାଣ ହାସିଆରେ ୭ଟି ଲେଖାଏଁ ତେରଛା ଗାର ପଡ଼ିଛି।

ଜାଣନ୍ତୁ ନୂଆ ୫୦୦ ଟଙ୍କିଆ ନୋଟ୍ରେ ଦୃଷ୍ଟିହୀନଙ୍କ ସୁବିଧା ପାଇଁ କେତେକ ବୈଶିଷ୍ଟ୍ୟ:
୧-ମହାତ୍ମା ଗାନ୍ଧୀଙ୍କ ଚିତ୍ର, ଅଶୋକ ସ୍ତମ୍ଭର ସିଂହ ଏବଂ ତେରଛା ଗାର ଆଦି ଉପରକୁ ଉଠିଲା ପରି ଛାପା ଯାଇଛି।
୨-ଡାହାଣ ପଟରେ ଉପରକୁ ଉଠିଲା ପରି ମୁଣ୍ଡଳି ମଧ୍ୟରେ ଇଂରାଜୀରେ ୫୦୦ ଟଙ୍କା ବୋଲି ଛାପା ଯାଇଛି।
୩-ନୋଟ୍ର ବାମ ଏବଂ ଡାହାଣ ହାସିଆରେ ୫ଟି ଲେଖାଁଏ ତେରଛା ଗାର ଉପରକୁ ଉଠିଲା ପରି ଛାପା ଯାଇଛି।
VIDEO : Tourists in distress post currency demonitisation
0 comments:
Post a Comment