ଦାବିପତ୍ର (Charter of Demands)
୧. ଗ୍ରାମୀଣ ଡାକ ସେବକ (GDS) ମାନଙ୍କ ସମସ୍ୟାକୁ ୮ମ କେନ୍ଦ୍ରୀୟ ବେତନ କମିଶନ (8th CPC) ଅନ୍ତର୍ଭୁକ୍ତ କରିବା କିମ୍ବା ଗ୍ରାମୀଣ ଡାକ ସେବକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କମିଶନ ଗଠନ କରିବା।
କ) ନିୟମିତ ସରକାରୀ କର୍ମଚାରୀଙ୍କ ଭଳି ପେନସନ ଯୋଜନା ଲାଗୁ କରିବା।
ଖ) CGHS, ESI କିମ୍ବା ସମାନ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇଦେବା ଏବଂ ଗ୍ରାଚ୍ୟୁଇଟି ପ୍ରଦାନ ଆକ୍ଟ, ୧୯୭୨ (Payment of Gratuity Act, 1972) ର ନିୟମ ଅନୁଯାୟୀ GDS କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରିବା।
ଗ) ବିଭାଗୀୟ କର୍ମଚାରୀଙ୍କ ଭଳି ସମାନ ସୁବିଧା ସହ GDS ସେବା ଅବଧିକୁ ସେବା ନିୟମିତକରଣ (Regularisation) ପାଇଁ ଗଣନା କରିବା।
ଘ) ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁଯାୟୀ, ୦୧.୦୧.୨୦୦୪ ପୂର୍ବର GDS ସେବାକୁ ପୁରୁଣା ପେନସନ ଯୋଜନା (OPS) ଅଧୀନରେ ପେନସନ ସୁବିଧା ପାଇଁ ଗଣନା କରିବା।
ଙ) କାର୍ଯ୍ୟ ସମୟ ଉପରେ ଥିବା ପୁରୁଣା କଟକଣା ହଟାଇବା ଏବଂ GDS କର୍ମଚାରୀଙ୍କ ଦ୍ୱାରା କରାଯାଉଥିବା ପ୍ରକୃତ କାର୍ଯ୍ୟଭାରକୁ ସ୍ୱୀକୃତି ଦେବା, ଯେଉଁଥିରେ ଅନେକ କର୍ମଚାରୀ ଦୈନିକ ଆଠ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ କାମ କରୁଛନ୍ତି।
ଚ) ସମ୍ପାଦନ କରାଯାଉଥିବା କାର୍ଯ୍ୟ ଅନୁଯାୟୀ କାର୍ଯ୍ୟଭାର (Workload) ଏବଂ ପାରିଶ୍ରମିକର ଯୁକ୍ତିଯୁକ୍ତ ସଂଶୋଧନ କରିବା।
୨. AIGDSU ର ପ୍ରାକ୍ତନ ପ୍ରଧାନ ସମ୍ପାଦକ ଶ୍ରୀ ଏସ୍.ଏସ୍. ମହାଦେବାୟାଙ୍କୁ ତୁରନ୍ତ ଚାକିରିରେ ପୁନଃଅବସ୍ଥାପିତ (Reinstatement) କରିବା ଏବଂ GDS କର୍ମଚାରୀ ଓ ୟୁନିୟନ କର୍ମକର୍ତ୍ତାଙ୍କ ବିରୋଧରେ ନିଆଯାଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିବା ସହ ପୂର୍ଣ୍ଣ ଟ୍ରେଡ୍ ୟୁନିୟନ ସୁବିଧା ପ୍ରଦାନ କରିବା।
୩. ଅବାସ୍ତବ ବ୍ୟବସାୟିକ ଲକ୍ଷ୍ୟ (Unrealistic business targets) ମାଧ୍ୟମରେ GDS କର୍ମଚାରୀଙ୍କୁ ହଇରାଣ ହରକତ କରିବା ବନ୍ଦ କରିବା।
୪. GDS (ଆଚରଣ ଏବଂ ନିଯୁକ୍ତି) ନିୟମ, ୨୦୨୦ (GDS Conduct and Engagement Rules, 2020) ପ୍ରତ୍ୟାହାର କରିବା ଏବଂ ଏକ ନିରପେକ୍ଷ ତଥା ନ୍ୟାୟସଙ୍ଗତ ସେବା ନିୟମ ପ୍ରଣୟନ କରିବା।
୫. ନିୟମିତ କର୍ମଚାରୀଙ୍କ ପାଇଁ ଲାଗୁ ହେଉଥିବା MACP ସ୍କିମ୍ ଭଳି, ମହଙ୍ଗା ଭତ୍ତା (Dearness Allowance) ସହିତ ୧୨, ୨୪ ଏବଂ ୩୬ ବର୍ଷର ସେବା ଅବଧି ପୂରଣ କରିଥିବା ସମସ୍ତ GDS ଙ୍କୁ ତିନୋଟି ଆର୍ଥିକ ଅଗ୍ରଗତି (Financial Upgradations) ପ୍ରଦାନ କରିବା।
୬. ନିୟମିତ କର୍ମଚାରୀଙ୍କ ଭଳି ସର୍ବନିମ୍ନ ୧୦ ଲକ୍ଷ ଟଙ୍କାର ବୀମା ସୁବିଧା ସହ ଗ୍ରୁପ୍ ଇନସୁରାନ୍ସ (Group Insurance) ବ୍ୟବସ୍ଥା ଲାଗୁ କରିବା।
୭. ସଂଶୋଧିତ TRCA ମାଟ୍ରିକ୍ସରେ ନିର୍ଦ୍ଧାରଣ ଜନିତ ବଞ୍ଚିଙ୍ଗ୍ ସୁବିଧା (Bunching Benefit) ପ୍ରଦାନ କରିବା ଏବଂ ସଞ୍ଚିତ ଛୁଟି ସୀମାକୁ ୧୮୦ ଦିନକୁ ବୃଦ୍ଧି କରିବା।
୮. ଅଫିସ ରକ୍ଷଣାବେକ୍ଷଣ ଭତ୍ତା-ସହ-ଭଡ଼ା (OMA) କୁ ୫୦୦ ଟଙ୍କାରୁ ୩,୨୦୦ ଟଙ୍କା ପ୍ରତି ମାସକୁ ବୃଦ୍ଧି କରିବା ଏବଂ ଶ୍ରେଣୀଭୁକ୍ତ ସହରଗୁଡ଼ିକରେ କାର୍ଯ୍ୟ କରୁଥିବା ABPM ଏବଂ ଡାକ ସେବକମାନଙ୍କୁ HRA (ଘର ଭଡ଼ା ଭତ୍ତା) ପ୍ରଦାନ କରିବା।
9. ଶାଖା ଡାକଘର (Branch Offices) ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ଷ୍ଟେସନାରୀ, ଆସବାବପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବା।
(ସି.କେ. ସୁବ୍ରମଣି) ପ୍ରଧାନ ସମ୍ପାଦକ (General Secretary)