୧୯୮୯ ମସିହାର କଥା, ସେଦିନ ହରି ଓ ମିଶି କଲିକତାର ହାଓଡା ଷ୍ଟେସନ ରେ ବୁଲୁଥିଲୁ କେତେ ଲୋକ ଆସୁଥିଲେ, ଯାଉଥିଲେ. ସମସ୍ତେ ନିଜ ନିଜ ଜାଗା ଅଭିମୁଖେ ଯାଉଥିଲେ
ମୁଁ କିନ୍ତୁ ସେ ସବୁ ଲୋକଙ୍କୁ ଦେଖୁନଥାଏ ମୋର ନଜର ଟ୍ରେନ୍ ଚକଲଗା ଗାଡିରେ ବୁହା ହୋଇ ଆସୁଥିବା ଧଳା, ମାଟିଆ ଓ ନାଲି ବସ୍ତା ଉପରେ ଥାଏ ମଜା ବି ଲାଗୁଥାଏ
ମୁଁ ଏସବୁକୁ ଏକ ଲୟରେ ଦେଖୁଥିବା ବେଳେ, ହରି କହିଲା, ଆରେ ଏଗୁଡାକୁ କଣ ଏମିତି ଚାହିଁରହିଚୁ, ସେପଟକୁ ଦେଖ ଗରମ ଗରମ ସିଙ୍ଗେଡା ମିଳୁଛି ଆସ୍ ଖାଇବା
ତାକଥାରେ ସିନା ସେଠୁ ପଳାଇ ଆସିଲି କିନ୍ତୁ ମୋର ମନ ସେ ଚକଲଗା ଗାଡି ଆଉ ବସ୍ତାପାଖରେ ସେଦିନ ଫେରି ଆସିଲି କିନ୍ତୁ ଆଉ ଦିନେ ସେ ବସ୍ତାରେ କଣ </s>? ସେଗୁଡାକ ଯାଉଛି କୁଆଡେ? ଏଥର ରବିବାରକୁ ଜେଜେଙ୍କୁ ନେଇକି ଆସିବି ସେ ନିଶ୍ଚୟ ମୋ କଥା ରଖିବେ ବାପାଙ୍କୁ କହିଲେ କିଛି ଲାଭ ନାହିଁ ଏହାପରେ ଘରକୁ ଗଲି
ଶନିବାର ଦିନ ଜେଜେଙ୍କୁ କହିଲି, ଜେଜେ କାଲି ଆମେ ଷ୍ଟେସନ ଯିବା .ଗୋଟିଏ ଭଲ ଜିନିଷ ଦେଖିଚି. ତମକୁ ଦେଖେଇବି ମୋ କଥାକୁ ମନା କଲେନି ଜେଜେ କହିଲେ, ହଉରେ ନାତିଟୋକା, ତୋ ବାପାଙ୍କୁ ବୁଲେଇବାକୁ ନକହି, ଏ ବୁଢାଟାକୁ କହିଲୁଣି ଯେତେବେଳେ, ଯିବା.
ଆମେ ରବିବାର ସଂଧ୍ୟାରେ ପୁଣି ହାଓଡାରେ ଜେଜେ କହିଲେ କୋଉ ଯାଗା କଥା କହୁଥିଲୁ କିରେ? ମୁଁ ତାଙ୍କୁ ସେ ଗାଡି ଆଉ ଗୁଡିକ ଦେଖେଇ କହିଲି, ଦେଖ. ଏସବୁ.ରେଳରେ ବୁହା ହୋଇ ଆସିଛି
କିନ୍ତୁ ଜେଜେ, ଏସବୁ ବସ୍ତା ସେପଟକୁ କାହିଁକି ଯାଉଛି?ଏହା ଭିତରେ କଣ ଅଛି? ଏମିତି ସବୁ ପ୍ରଶ୍ନ ଶୁଣି, ଜେଜେ ଟିକେ ତାଙ୍କ ପାଟିରେ ମୁରୁକି ହସିଲେ, ଆଉ କହିଲେ, "ନାତିଟୋକା, ଏମିତି ଏ ବସ୍ତା ତୋର ଜେଜେ ପାଇଁ କେତେ ଜିନିଷ, ଚିଠି, ଖବର ସବୁ ମୁଁ ପଠାଏ. ଆଉ ତୋ ଜେଜେମା, ସେସବୁ ଗାଁ ରେ ଡାକବାଲାଠାରୁ ପାଏ. ବହୁତ ଖୁସି ହୁଏ .
ମୁଁ ଟିକେ ଏସବୁ ବୁଝିପାରିଲିନି କଣ ଜେଜେ ସବୁ ଏମିତି କହୁଛ? ତାପରେ ଜେଜେ ମୋତେ କଚୁଡି ଆଉ ଚଟଣି ଧରେଇ ଦେଇ କହିଲେ, ମୁୁଁ କହୁଚି ଶୁଣ ସେତେବେଳେ ତୋର ବାପା ୪ ବର୍ଷର ହୋଇଥାଏ ମୁଁ କଟକରେ କାମ କରୁଥାଏ ତୋର ବାପା ଆଉ ଙ୍କୁ ନେଇ ମା ଗାଁ ରେ ରୁହେସେତେ ବେଳେ ଆଗଭଳି ଟେଲିଫୋନ୍, ମୋବାଇଲ୍ କି ବ୍ୟାଙ୍କ ସେବା ନଥିଲା ତେଣୁ, ଆମେ ଖବର ଦବାପାଇଁ ଚିଠି ଲେଖୁଥିଲୁ .ପଇସା ଦରକାର ହେଲେ ମନିଅର୍ଡର କରୁଥିଲୁ. ସେ ସବୁ ଡାକଘର ତୋର ଜେଜେମା ପାଖରେ ପହଂଚି ଯାଉଥିଲା
ଆଉ ସେହି ଚିଠି ଆଉ ଟଙ୍କା (ମନିଅର୍ଡର) ଏମିତି ସବୁ ବସ୍ତାରେ ଆସେ, ହାତରେ, ସାଇକେଲ୍ ରେ, ମଟରଗାଡିରେ, ରେଳରେ ଆଉ ଶେଷରେ ଗାଁ ପାେଷ୍ଟଅଫିସ୍ କୁ ଆସେ ଆଉ ଆମଘରେ ପହଂଚାଏ.
ମୋତେ ଏସବୁ ବହୁତ ମଜାଲାଗୁଥାଏ .ପୁଣି ପଚାରିଲି, ଏ ରେଳଷ୍ଟେସନରେ ଏଗୁଡାକ କଣ ହୁଏ?
ଜେଜେ କହିଲେ, ଭାରତର ବିଭିନ୍ନ ଯାଗାରୁ ଆସୁଥିବା ଡାକ, ନିକଟସ୍ତ ଷ୍ଟେସନକୁ ଆସିବା ପରେ, ସେଠାରୁ ପୁଣି ଅନ୍ୟଯାଗାକୁ ପଠାଯାଏ. ଯେମିତି, ଅଲଗା ଯାଗାରେ ତାକୁ ଡାକଘର କୁହାଯାଏ ଏଠାରେ ସେସବୁକୁ "ରେଳ ଡାକ ସେବା" କୁହାଯାଏ. ସବୁଠାରୁ ମଜା କଥା, ଡାକଘର ରବିବାର ଓ ଛୁଟିରେ ବନ୍ଦ ରହେ, କିନ୍ତୁ ରେଳ ଡାକସେବା ଅହରହ ଚାଲିଥାଏ
କେମିତି ଜେଜେ ???? ସେମାନେ କଣ ଘରକୁ ଯାନ୍ତିନି? ଆରେ ନା ନା, ସେମାନେ ଯାଆନ୍ତି କିନ୍ତୁ ତାଙ୍କର ଟିକେ ଅଲଗା ପ୍ରକାର ତାଙ୍କୁ ବି ସେତିକି ଛୁଟି ମିଳେ, କିନ୍ତୁ ଡାକସେବାକୁ ମିଳେନାହିଁ ଅହରହ ଚାଲିଥାଏ
ଜେଜେ, ତୁମ ବେଳେ ତ ଏସବୁ ହେଉଥିଲା, ଏବେ ସବୁ କ'ଣ ହଉଛି ଏଠାରେ? ଏକଥା ଶୁଣି ଜେଜେ କହିଲେ, ଯୁଗ ସହ ତାଳ ଡାକବିଭାଗ ମଧ୍ୟ ଆଧୁନିକ ରୂପ ନେଲାଣି ଏବେ ଏଠାରେ ସବୁ କାମକୁ କଂପ୍ୟୁଟରରେ କରାଯାଉଛି ଆଉ ଡାକଘର ଭଳି ଏଠାରେ ବି ଚିଠି ପଠାଯାଉଛି ନୂଆ ନୂଆ ସେବା, ଯଥା ସ୍ପିଡ୍ ପୋଷ୍ଟ, ରେଜିଷ୍ଟ୍ରି ପୋଷ୍ଟ, ପାର୍ସଲ ପୋଷ୍ଟ ଏଠାରେ ଉପଲବ୍ଧଏଠାରେ ଛୁଟିଦିନ ଓ ମଧ୍ୟ ଏସବୁ ସେବା ମିଳେଡାକଟିକଟ ବି ଏଠାରେ ମିଳେ
ଏଠାକାର ମୁଖ୍ୟକାମ ବିଭିନ୍ନ ଯାଗାରୁ ଆସୁଥିବା ଅଲଗା ଅଲଗାବାଛି କି, ସେହି ଯାଗାକୁ ପଠାଇବାର ବ୍ୟବସ୍ତା କରାଯାଏ ଏହି କାର୍ଯ୍ୟକୁ ସର୍ଟିଂଗ କହନ୍ତି
ଯାହା ଫଳରେ ଆମେ ଡାକ ଠିକ୍ ସମୟରେ ପାଇଥାଉ
ଏତେ ସବୁ କଥା ଅଛି, ତମେ ମୋତେ ଆଗରୁ କେବେ ବି କହିନଥିଲ
ତମେ ଏସବୁ ଜାଣିଲ କେମିତି ନୂଆ ପୁରୁଣା ସବୁ ତ ତୁମକୁ ଜଣାଅଛି ଜେଜେ
ଜେଜେଟିକେ ହସି ଦେଇ କହିଲେ, ଆରେ ଟୋକା ତୋର ଜେଜେ ପରା ଡାକ ବିଭାଗରେ ଚାକରି କରିଥିଲାତେଣୁ ଭାତହାଣ୍ଡୀକୁ ଭୁଲିବି କେମିତି
ଏତକ କହୁ କହୁ ଆଖିରେ ଟିକେ ଲୁହ ଆସିଗଲାତାପରେ ଜେଜେ କହିଲେ, ଏଥର ଘରକୁ ଯିବା, ନହେଲେ ତୋର ଜେଜେ ମା ବିଗିଡିବ.
ଆଉ ଦିନେ ତୋତେ, ରାଜଧାନୀରେ ଥିବା ବଡ ଡାକଘର (ଭୁବନେଶ୍ୱର ଜିପିଓ) ବୁଲେଇବାକୁ ନେବି. ତା ବିଷୟରେ କହିବି ଏଥର ଚେଲେ ଘରକୁ ଯିବା
ଜେଜେ ଓ ମୁଁ ସାଂଗ ହୋଇ ଘରକୁ ଫେରିଲୁ ବାଟରେ ପଚାରିଲି, "ଜେଜେ ତମ ଜିପିଓ କେବେ ଯିବା. ଜେଜେ ହସି ହସି କହିଲେ ଆର ମାସ ପହିଲାରେ.
ପେନସନ୍ ଆଣିବାକୁ ଗଲାବେଳେ
ମୁଁ ବହୁତ ଖୁସି ହେଇ, ଜେଜେଙ୍କ ସହ ଘରକୁ ଫରିଲି
...... ମନେ ମନେ ସେ ହାଓଡା ଓ ରେଳଡାକ କଥା ଭାବି ଭାବି, କେତେ ବେଳେ ଯେ ଘରେ ପହଂଚିଲି ଜାଣିପାରିଲିନି.
ଧନ୍ୟବାଦ୍ ଜେଜେ
***********************
© ଶ୍ରୀ ସୌମିତ୍ରି ମିଶ୍ର
ସା. / ପୋ- ସୁନ୍ଦରଗ୍ରାମ
ଜିଲ୍ଲା-କଟକ
ପିନ୍-୭୫୪୦୦୨
No comments:
Post a Comment